୬.୧–୬.୨ · କାର୍ଟେଜୀୟ ସମତଳ ଓ ସ୍ଥାନାଙ୍କ
ପରସ୍ପର ପ୍ରତି ଲମ୍ବ x-ଅକ୍ଷ ଓ y-ଅକ୍ଷର ଛେଦବିନ୍ଦୁ O(0,0)। P(x,y)ରେ ଭୁଜ x ପ୍ରଥମ ଓ କୋଟି y ଦ୍ୱିତୀୟ। xର ଚିହ୍ନ ଅନୁସାରେ ମୂଳବିନ୍ଦୁରୁ ଡାହାଣ ବା ବାମକୁ ଯାଅ, ତା’ପରେ y ଅନୁସାରେ ଉପର ବା ତଳକୁ ଯାଅ।
| ସ୍ଥାନ | ଭୁଜ ଓ କୋଟିର ଚିହ୍ନ |
|---|---|
| ପ୍ରଥମ ପାଦ | (+,+) |
| ଦ୍ୱିତୀୟ ପାଦ | (−,+) |
| ତୃତୀୟ ପାଦ | (−,−) |
| ଚତୁର୍ଥ ପାଦ | (+,−) |
| x-ଅକ୍ଷ | y = 0 |
| y-ଅକ୍ଷ | x = 0 |
କ୍ରମିତ ଯୋଡ଼ି (x,y) ବାସ୍ତବ ସଂଖ୍ୟାର କାର୍ଟେଜୀୟ ଗୁଣଫଳ ℝ×ℝର ଏକ ଅବୟବ।