୧. ଫାଇଟୋହରମୋନ୍ କ’ଣ? ପ୍ରକାର ଓ କାର୍ଯ୍ୟ ଲେଖ।
ଉତ୍ତର ଦେଖନ୍ତୁ
ବ୍ୟାଖ୍ୟା
- ଉଦ୍ଭିଦର କୌଣସି ଭାଗରେ ଅଳ୍ପ ପରିମାଣରେ ତିଆରି ହୋଇ ବୃଦ୍ଧି ଓ ଅନ୍ୟ କାର୍ଯ୍ୟ ନିୟନ୍ତ୍ରଣ କରୁଥିବା ରାସାୟନିକ ପଦାର୍ଥ ଫାଇଟୋହରମୋନ୍।
- ଅକ୍ସିନ୍ କାଣ୍ଡ କୋଷର ଦୈର୍ଘ୍ୟବୃଦ୍ଧି ଓ ଦିଗାନୁସାରୀ ବୃଦ୍ଧିରେ, ଜିବରେଲିନ୍ କାଣ୍ଡ ଓ ଶାଖା ବୃଦ୍ଧିରେ, ସାଇଟୋକାଇନିନ୍ କୋଷ ବିଭାଜନରେ ସାହାଯ୍ୟ କରେ।
- ଅକ୍ସିନ୍, ଜିବରେଲିନ୍ ଓ ସାଇଟୋକାଇନିନ୍ ବୃଦ୍ଧିର ଭିନ୍ନ କାର୍ଯ୍ୟରେ ସାହାଯ୍ୟ କରନ୍ତି। ଆବ୍ସିସିକ୍ ଏସିଡ୍ ପରି ବୃଦ୍ଧିହ୍ରାସକ ମଧ୍ୟ ଥାଏ। ଏହି ବିପରୀତ କାର୍ଯ୍ୟର ସମନ୍ୱୟରେ ଉଦ୍ଭିଦର ବୃଦ୍ଧି ନିୟନ୍ତ୍ରିତ ହୁଏ।
- ଆଲୋକର ଅବଧି ଅନୁକୂଳ ହେଲେ ପତ୍ରରେ ଫ୍ଲୋରିଜେନ୍ ଗଠିତ ହୁଏ। ଏହା ଅଗ୍ରଭାଗକୁ ପରିବାହିତ ହୋଇ ଫୁଲ ଧରିବାରେ ସହାୟକ ହୁଏ।
ଉତ୍ତର
ଏଥିଲିନ୍ ଫଳ ପାଚିବାରେ ସହାୟକ। ଆବ୍ସିସିକ୍ ଏସିଡ୍ ବୃଦ୍ଧି ଦମନ କରେ।
ଏଥିଲିନ୍ ଓ ଆବ୍ସିସିକ୍ ଏସିଡ୍ ପତ୍ର, ଫୁଲ, ଫଳ ଝଡ଼ିବା ଓ ବାର୍ଦ୍ଧକ୍ୟ ସହ ସମ୍ପୃକ୍ତ।