୧. ଭୂସମାନ୍ତର ଅକ୍ଷରେ I ଓ ଊର୍ଦ୍ଧ୍ୱ ଅକ୍ଷରେ V ନେଲେ ଓମୀୟ ପରିବାହୀର ଗ୍ରାଫ୍ କିପରି ପଢ଼ିବ?
ଆଦର୍ଶ ପ୍ରଶ୍ନପତ୍ର · ସେଟ୍ ୨, ଭାଗ ୨, ପ୍ରଶ୍ନ ୨ (ଗ) · ବିକଳ୍ପ ୧ (୩ ନମ୍ବର) / ସେଟ୍ ୪, ଭାଗ ୨, ପ୍ରଶ୍ନ ୨ (କ) · ବିକଳ୍ପ ୧ (୩ ନମ୍ବର) / ସେଟ୍ ୫, ଭାଗ ୨, ପ୍ରଶ୍ନ ୨ (କ) (୩ ନମ୍ବର)
ଉତ୍ତର ଦେଖନ୍ତୁ
ସ୍ଥିର ତାପମାତ୍ରାରେ V = IR ଯୋଗୁଁ ଗ୍ରାଫ୍ ମୂଳବିନ୍ଦୁ ଦେଇ ଯାଇଥିବା ସରଳରେଖା। ଯେକୌଣସି ଦୁଇ ବିନ୍ଦୁ ମଧ୍ୟରେ ΔV/ΔI ହେଉଛି ପ୍ରତିରୋଧ।
ସମାନ ଅକ୍ଷ ମାପରେ ଅଧିକ ଢାଲ ଅଧିକ ପ୍ରତିରୋଧ ସୂଚାଏ।