ବଂଶାନୁକ୍ରମ, ଭିନ୍ନତା ଓ ମେଣ୍ଡେଲ୍ଙ୍କ ପ୍ରଣାଳୀ
ଜନକଙ୍କ ଅନେକ ଗୁଣ ଅପତ୍ୟରେ ପ୍ରକାଶ ପାଏ। ତଥାପି ସମସ୍ତ ଅପତ୍ୟ ସବୁ ଗୁଣରେ ସମାନ ନୁହନ୍ତି।
ଲିଙ୍ଗୀୟ ଜନନରେ ଯୁଗ୍ମକ ଗଠନ ଓ ସମାୟନ ଭିନ୍ନ କାରକ ସଂଯୋଗ ଦିଏ। ମେଣ୍ଡେଲ୍ ମଟର ଗଛର ସ୍ପଷ୍ଟ ବିପରୀତ ଲକ୍ଷଣ ବାଛି ପ୍ରଥମେ ଶୁଦ୍ଧ ବଂଶର ଗଛ ନେଲେ।
ନିୟନ୍ତ୍ରିତ ସଂକରଣ ଓ ପର ପିଢ଼ିରେ ଏକ ଏକ ଲକ୍ଷଣ ଥିବା ଗଛର ସଂଖ୍ୟା ଗଣନା କରି ସେ ବଂଶଗତିର ନିୟମ ଚିହ୍ନଟ କଲେ।