୧. ପ୍ରଥମ ପିଢ଼ିର ଗଛ ଡେଙ୍ଗା ହେଲେ ମଧ୍ୟ ପର ପିଢ଼ିରେ କେତେକ ଗେଡ଼ା ହୁଅନ୍ତି କାହିଁକି?
ଆଦର୍ଶ ପ୍ରଶ୍ନପତ୍ର · ସେଟ୍ ୩, ଭାଗ ୨, ପ୍ରଶ୍ନ ୫ (ଖ) · ବିକଳ୍ପ ୧ (୩ ନମ୍ବର) / ସେଟ୍ ୪, ଭାଗ ୨, ପ୍ରଶ୍ନ ୫ (ଖ) · ବିକଳ୍ପ ୧ (୩ ନମ୍ବର) / ସେଟ୍ ୫, ଭାଗ ୨, ପ୍ରଶ୍ନ ୫ (ଗ) (୩ ନମ୍ବର)
ଉତ୍ତର ଦେଖନ୍ତୁ
ପ୍ରଥମ ପିଢ଼ିରେ ଡେଙ୍ଗା କାରକ ସହ ଗେଡ଼ା କାରକ ରହେ। ଡେଙ୍ଗା କାରକ ପ୍ରଭାବୀ ହେବାରୁ ଗେଡ଼ା ଲକ୍ଷଣ ପ୍ରକାଶ ପାଏନି।
ଯୁଗ୍ମକରେ କାରକ ଅଲଗା ହୋଇ ପୁଣି ମିଶିଲେ ଦୁଇଟି ଗେଡ଼ା କାରକ ଥିବା ଗଛ ଗେଡ଼ା ହୁଏ।