ଶକ୍ତିର ଉତ୍ସ
ରନ୍ଧନ, ପରିବହନ, ଆଲୋକ ଓ କଳକାରଖାନା ପାଇଁ ଶକ୍ତି ଆବଶ୍ୟକ। ଏହି ପାଠରେ ଜାଳେଣି କାଠ, ଘସି, କୋଇଲା, ପେଟ୍ରୋଲିୟମ୍, ପ୍ରାକୃତିକ ଗ୍ୟାସ, ଜଳବିଦ୍ୟୁତ୍ ଓ ତାପଜ ବିଦ୍ୟୁତ୍କୁ ପାରମ୍ପରିକ ଶକ୍ତି ସମ୍ବଳରେ ରଖାଯାଇଛି।
ସୂର୍ଯ୍ୟକିରଣ, ପବନ, ଜୁଆର ଓ ଭୂ-ତାପ ଅଣପାରମ୍ପରିକ ଶକ୍ତିର କେତୋଟି ଉତ୍ସ।