ସାମାଜିକ ବିକାଶ · 1 (କ). ଓଡ଼ିଶାରେ ଅନୁସୂଚିତ ଜାତି ଓ ଜନଜାତିମାନଙ୍କୁ ସାମାଜିକ ଶୋଷଣରୁ ମୁକ୍ତ କରିବା ପାଇଁ କି କି ପଦକ୍ଷେପମାନ ନିଆଯାଇଛି ?
ଉତ୍ତର ଦେଖନ୍ତୁ
୧୯୪୭ ମସିହାରେ ଆଇନ ପ୍ରଣୀତ ହୋଇ ସ୍ଥିର କରାଗଲା ଯେ ଅଣଆଦିବାସୀମାନେ ଆଦିବାସୀମାନଙ୍କ ଜମି କୌଣସି ଆଳରେ ଜବରଦଖଲ କରିପାରିବେ ନାହିଁ। ସ୍ୱତନ୍ତ୍ର ସରକାରୀ ଅଧିକାରୀଙ୍କୁ ନିୟୋଜନ କରାଯାଇ ଆଦିବାସୀମାନଙ୍କଠାରୁ ଅଣଆଦିବାସୀମାନେ ନେଇଥିବା ଜମି ଚିହ୍ନଟ କରାଗଲା ଓ ଆଦିବାସୀମାନଙ୍କୁ ସେସବୁ ଜମି ଫେରାଇ ଦିଆଗଲା।
୧୯୪୮ ମସିହା ଜୁନମାସରେ ଓଡ଼ିଶା ଗୋତିପ୍ରଥା ଉଚ୍ଛେଦ ନିୟାମକକୁ କଡ଼ାକଡ଼ି ପାଳନ କରିବା ଦ୍ୱାରା ଆଦିବାସୀ ଅଧ୍ୟୁଷିତ ଅଞ୍ଚଳରୁ ଗୋତିପ୍ରଥା ଆଇନତଃ ନିଷିଦ୍ଧ ହୋଇଗଲା। ଏହି ଅମାନବିକ ପ୍ରଥାକୁ ବନ୍ଦ କରିବା ପାଇଁ ସରକାର ଦୁଇଟି ଆଇନ ପ୍ରଣୟନ କଲେ।
ସେ ଦୁଇଟି ହେଲା– ଓଡ଼ିଶା ମନ୍ଦିର ପ୍ରବେଶ ଅନୁମତି ଆଇନ ୧୯୪୮ ଏବଂ ଓଡ଼ିଶା ନାଗରିକ ଅଯୋଗ୍ୟତା ଦୂରୀକରଣ ଆଇନ। ନାଗରିକ ଅଯୋଗ୍ୟତା ଦୂରୀକରଣ ଆଇନ ବଳରେ ଅସ୍ପୃଶ୍ୟତା ଭଳି କଳଙ୍କିତ ପ୍ରଥା କ୍ରମଶଃ ଅପସରିଗଲା।